ନବୋଦୟ ଗୀତିକା
ନବୋଦୟ ଏକ
ସଂସ୍ଥା
ବୌଦ୍ଧ ଜିଲ୍ଲାରେ
ଦିଏ ବାରତା
ବୋଉଳ ଲୋ ......
ଆଜି ଗାଇବି ତା ଯଶ ଗାଥା
ବୋ ଉଳ ଲୋ .....1
ଜିଲାର
ମଙ୍ଗଳ ପାଇଁ
ଯୋଜନାଟି ସ୍ଥିର
କରିଛି ସେଇ
ବୋଉଳ ଲୋ
ସୁବର୍ଣ ସୁଯୋଗ ନ
ଛାଡିବେ କେହି
ବୋଉଳ ଲୋ.......2
ପଢିବେ ସମସ୍ତ ପିଲା
ନବୋଦୟ ଦ୍ଵାର
ରହିଛି ଖୋଲା
ବୋଉଳ ଲୋ ......
ଆମେ ଅନଲାଇନ
ଆବେଦନ କରିବା
ବୋଉଳ ଲୋ ......3
9 ରୁ 13 ବରଷ ଯେତେ ପିଲା ଅଛ ପଢିବା ଆସ
ବୋଉଳ ଲୋ ......
ପିଲା ହସିଲେ
ହସିବ ଦେଶ
ବୋଉଳ ଲୋ ......4
ଆବାସିକ ବିଦ୍ୟାଳୟ ଭୋଜନ ରହିଛି ପୁରା ନିଶୁଳ୍କ
ବୋଉଳ ଲୋ ......
ବାଳକ ବାଳିକା
ପାଇଁ ଛାତ୍ରାବାସ
ବୋଉଳ ଲୋ ......5
ଖେଳକୁଦ
ସର୍ବୋପରି
ଏନଏସଏସ ,ସ୍କାଉଟ ରହିଛି ଭରି
ବୋଉଳ ଲୋ
ନାଚ ଗୀତା
ଶିଖିବା ମନକୁ ଭରି
ବୋଉଳ ଲୋ..........6
ଅନଲାଇନ ଆବେଦନ
ସଫଳ ହୋଇବା ଏ
ଅଭିଯାନ
ବୋଉଳ ଲୋ
ତୁମେ ବଢାଇବ
ଶିକ୍ଷା ର ମାନ
ବୋଉଳ ଲୋ ......7
ସମସ୍ତଙ୍କୁ
ନିବେଦନ
15 ତାରିଖ ଶେଷ ଟି
ଜାଣ
ବୋଉଳ ଲୋ
ଏ କଥାକୁ ଟିକେ
ମନରେ ଘେନ
ବୋଉଳ ଲୋ ......8
ପଞ୍ଚମ ଶ୍ରେଣୀ ର
ପିଲା
ତାଙ୍କ ପ୍ରତି
ଆମେ ଧ୍ୟାନ ଟି ଦେବା
ବୋଉଳ ଲୋ
ଆମେ ନବୋଦୟ ରେ
ଫର୍ମ ଭରିବା
ବୋଉଳ ଲୋ ......9
ଅଷ୍ଟମ ଶ୍ରେଣୀ ର
ପିଲା ସ୍ଵପ୍ନ କୁ ସାକାର କରିବେ ଭଲା
ବୋଉଳ ଲୋ
ସୁଯୋଗଟି ନ କର
ହାତ ଛଡା
ବୋଉଳ ଲୋ .....10.
ଅଷ୍ଟମ ଶ୍ରେଣୀ ପରୀକ୍ଷା
ନବମ ଶ୍ରେଣୀ ରେ ଏ
ପ୍ରବେଶିକା
ବୋଉଳ ଲୋ
ମିଳି ମିଶି ଆସ
ଦେବା ପରୀକ୍ଷା
ବୋଉଳ ଲୋ ......11
Lateral ଏଣ୍ଟ୍ରି ଯୋଜନା ରେ
ସାମିଲ ହୋଇବା
ନବୋଦୟ ରେ
ବୋଉଳ ଲୋ
ଏହା ବୌଦ୍ଧ
ଜିଲ୍ଲାରେ
ବୋଉଳ ଲୋ ......12
ଏତିକି ମୋ ନିବେଦନ
ଗାଁ-ଗାଁ ବୁଲି
କହୁଛି ଶୁଣ
ବୋଉଳ ଲୋ
ବୌଦ୍ଧ ଜିଲ୍ଲାର
ରଖିବ ମାନ
ବୋଉଳ ଲୋ ......13
Copyright @ ଦିଲୀପ କୁମାର ବଡତ୍ୟା
ସ୍ନାତକୋତ୍ତର ଶିକ୍ଷକ (ହିନ୍ଦୀ)
ଜୱାହର ନବୋଦୟ ବିଦ୍ୟାଳୟ ,
ପାଲଝର ,ବୌଦ୍ଧ
,ଓଡିଶା
Contact no-9798672374
Website-dillipbadatya.in
No comments:
Post a Comment