Saturday, 25 June 2022

 

ଲୁହ ଏପରି ଏକ ସାଙ୍କେତିକ  ଭାଷା ଯାହାକି ସଂସାର ର ସବୁ ଭାଷା ର ଲୋକ ବୁଝି ପାରନ୍ତି । ଲୁହ ର ଭାଷା ବୁଝିବା  ପାଇଁ ବୟସ ଓ ଜ୍ଞାନ ର ଆବଶ୍ୟକତା ନ ଥାଏ । ଆବଶ୍ୟକ ହୁଅ ଟିକେ ମାନବିକତା । କରୋନା  ଭୂତାଣୁ ଯଦିଓ ସମସ୍ତଙ୍କ ମୁହଁ ରୁ ଛଡେଇ ନେଇଛି ହସ , ଏବଂ ଦେଇଛି ଅନେକ ଯାତନା, ତଥାପି ଆମ ଭିତରେ ଅନେକ  ବ୍ୟକ୍ତି ଅଛନ୍ତି  ଯୋମାନେ ନିଜ ଜୀବନକୁ ପାଣି ଛଡେଇ ଅନ୍ୟର ଦୁର୍ଦିନରେ ଛିଡା ହୁଅନ୍ତି । କରୋନା ରୁ ରକ୍ଷା ପାଇବା  ପାଇଁ  ଲକ ଡାଉନ ନାମକ ବିଷ ସମସ୍ତଙ୍କୁ ପିଇବାକୁ  ପଡିଛି ଯଦିଓ ଲକ ଡାଉନ ପାଇଁ ଆମକୁ କରୋନା ରୁ କିଛି ଉପଶମ ମିଳିଛି କିନ୍ତୁ କରୋନା ରୋଗୀଙ୍କ କଥା କହିଲେ  ନ ସରେ ।

          ରୋଗୀଙ୍କ ମନ ରେ ଟିକେ ଖୁସି ଦେବା ପାଇଁ  ଆଗେଇ ଆସନ୍ତି କେତେ ଜଣ ବ୍ୟକ୍ତି ଏ ଘଡିସନ୍ଧି ମୂହର୍ତ୍ତରେ । ସେମାନଙ୍କ ଭିତରେ  ଡକ୍ଟର କେ ସି  ଅନ୍ୟତମ । ସେ ଅଳ୍ପଭାଷୀ  ,ଶାନ୍ତ ଚିତ୍ତ ଓ ସରଳମନା  ମଣିଷ ଟିଏ କୋବିଡ  ଡିଉଟି  ପାଇଁ ଗଲାବେଳେ  ମନରେ ଅନେକ ସଂଶୟ ,ସନ୍ଦେହ ବଦଳରେ ତାଙ୍କ ମନରେ ଥାଏ  ଜିଜ୍ଞାସା ଓ ସହୃଦୟତା । ଘରେ ପରିବାର କହିଲେ ସ୍ତ୍ରୀ ଓ 7 ବର୍ଷର  ଝିଅକିନ୍ତୁ ଏକାନ୍ତବାସ  ରେ ରହି ଡିଉଟି  କରିବାପାଇଁ ଆଗଭର ।ମନରେ ରୋଗୀ ସେବା କରିବା ପାଇଁ ଅନେକ ଉନ୍ମାଦନା । କୋବିଡ  ୱାର୍ଡ ରେ କିଛି ସମୟ ପାଇଁ ନିଜ ଚେୟାର ରେ ବସିବା ବୋଧେ ବହୁତ କମ ଲୋକ ଦେଖିଛନ୍ତିନିଜ ଧାର୍ଯ୍ୟ ଡିଉଟି ର ବହୁ ସମୟ  ପୁର୍ବରୁ ସେ ଆସିଯାନ୍ତି ୱାର୍ଡ କୁ । ଆଜି ସେ 141 ନମ୍ବର ବେଡ ର ଦିନମଜୁରିଆ ବୁଢା ଲୋକଟି ପାଇଁ  ବ୍ୟସ୍ତ ଅବସ୍ଥା  ତାର ସଙ୍କଟାପନ୍ନ । ଭେଣ୍ଟିଲେଟର  ରେ  ରହି ଆଜି କୁ 15 ଦିନ ହେଲାଣି ଆଜି ସେ ଆଉ ନାହିଁ ଦୁନିଆ ରେ  .....ଡକ୍ଟର ତାର ସମସ୍ତ  ଅନ୍ତିମ ସଂସ୍କାର କାର୍ଯ୍ୟ ନିଜେ କରି ଥିଲେ ଏବଂ ପରିବାର ବର୍ଗ ଙ୍କୁ ଆର୍ଥିକ ସହାୟତା  କରିଥିଲେ  । ତାଙ୍କର ସେ ସହାୟତା ମନୋବୃତ୍ତି ପାଇଁ  ଲୋକ କହନ୍ତି  କରୋନା ହୀରୋ ଡକ୍ଟର କେ ସି ବେହେରା ।ସେ ହେଲେ ମୋ କରୋନା  ହୀରୋ ।

ସମାଜ ର ଯେ କୌଣସି ବର୍ଗ ର  ହୋଉ  ନା କାହିଁକି କରୋନା  ମହାମାରୀ ରେ  ପ୍ରଥମଧାଡି ର କର୍ମଚାରୀଙ୍କୁ ଅନ୍ତର ରୁ  ବହୁତ ବହୁତ ଧନ୍ୟବାଦ।

Dillip kumar Badatya,PGT hindi,JNV Boudh.

No comments:

Post a Comment

मिट्टी

  ଲୁହ ଏପରି ଏକ ସାଙ୍କେତିକ   ଭାଷା ଯାହାକି ସଂସାର ର ସବୁ ଭାଷା ର ଲୋକ ବୁଝି ପାରନ୍ତି । ଲୁହ ର ଭାଷା ବୁଝିବା   ପାଇଁ ବୟସ ଓ ଜ୍ଞାନ ର ଆବଶ୍ୟକତା ନ ଥାଏ । ଆବଶ୍ୟକ ହ...