Tuesday, 26 January 2021

 

ଅପେକ୍ଷାରେ ଏକା ଏକା

 ମନର ସଂଚିତ ଅପୁର୍ଣ  ଆଶା ସବୁ

ଯେବେ ମୁକ୍ତି ଖୋଜୁଥିଲା

ସେବେ ଭାସି ଆସୁଥିଲା 

ମୋ ଆଖିର ଦରଫୁଟା ଭାଷା ରୂପ ରେ

ସେବେ ତାକୁ ରୋକି ଥିଲା ତୁମର ସ୍ମୃତି ମାନ

ଆଉ ସେ ଅଟକି ଯାଇଥିଲା ତୁମର ଅନ୍ତହୀନ  ଅପେକ୍ଷା ରେ

ହୃଦୟର କରୁଣ  ଉଛାବସ ସବୁ

ଯେବେ ଛୁଇଁବାକୁ ଚେଷ୍ଟା କରୁଥିଲା

ଦୁର ଦିଗନ୍ତ କୁ

ବିରହୀ କବିତା ର ଅଧ ଲେଖା ପଂକ୍ତିରେ

ସେବେ ତାକୁ ରୋକିଥିଲା  ତୁମର ନିଷ୍ଠୁର ଧୋକା ପ୍ରତାରଣା

 ଆଉ ସେ ସ୍ତବ୍ଧ ହୋଇ ଯାଇଥିଲା

ତୁମର ଅନ୍ତହୀନ ଅପେକ୍ଷାରେ

 ଯେବେ ତୁମ ଆସିବାର୍ ସମୟ ହୋଇଯାଏ

ହୃଦୟ ଆବେଗ ସବୁ

ତୋଳି ଧରନ୍ତି ରାଗ ରାଗିଣୀର

ଏକ ଅପୁର୍ବ ମୁର୍ଛନା

 

ମୋ ସ୍ପନ୍ଦନର୍ ପ୍ରତିଟି ତନ୍ତ୍ରୀରେ

କିନ୍ତୁ ତାକୁ ବେସୁର କରି ଦିଅନ୍ତି

ତୁମର ନିଷ୍ଠୁର ଶବ୍ଦ ମାନ

ଆଉ ସେ ଫିକା ପଡିଯାଏ

ତୁମର ଅନ୍ତ ହୀନ ଅପେକ୍ଷାରେ

ମୁଁ ଜାଣିଛି,

 ନଦୀ ତାର ଗତି ବଦଳାଇବା ସମ୍ଭବ

ଅମାବାସ୍ୟା ରେ ଚନ୍ଦ୍ର ଉଁଇବା ସମ୍ଭବ  କିନ୍ତୁ

 ତୁମର

ପାଷାଣ ହୃଦୟରେ ପ୍ରେମ ,ବିଶ୍ବାସ , ଆଉ ସମ୍ପର୍କ ର

ସଂଜ୍ଞା ମିଳିବା ଅସମ୍ଭବ

ଭୂଲ୍  ତୁମର ନୁହେଁ ମୋର  ଥିଲା

ସେଥି ପାଇଁ  ତ ମୁଁ ତମକୁ ଖୋଜୁଛି

ପ୍ରଭାତ ର ଦିଗନ୍ଟ୍ ବିସ୍ତାରି ନୀଲ ଆକାଶ ରେ ପକ୍ଷୀ ର କାକଳିରେ

ତୁମର ପ୍ରତିଟି ସ୍ମୃତିକୁ ସଜାଡି ବସିଛି ତୁମର ଅନ୍ତ ହୀନ ଅପେକ୍ଷାରେ

 

 

 

ଦିଲିପ କୁମାର ବଡତ୍ୟା

ଜବହାର୍ ନବୋଦୟ ବିଦ୍ୟାଳୟ

ବୌଦ୍ଧ  ,ଓଡିଶା

 

1 comment:

मिट्टी

  ଲୁହ ଏପରି ଏକ ସାଙ୍କେତିକ   ଭାଷା ଯାହାକି ସଂସାର ର ସବୁ ଭାଷା ର ଲୋକ ବୁଝି ପାରନ୍ତି । ଲୁହ ର ଭାଷା ବୁଝିବା   ପାଇଁ ବୟସ ଓ ଜ୍ଞାନ ର ଆବଶ୍ୟକତା ନ ଥାଏ । ଆବଶ୍ୟକ ହ...